ଓଡ଼ିଆ ଜାତକ (Odia Jatak)

 🌟 ଓଡ଼ିଆ ଜାତକ (Odia Jatak) - ସମ୍ପୂର୍ଣ୍ଣ ସୁବିଧା ଏବଂ ବିଶେଷତ୍ୱ (Features):



୧. ସମ୍ପୂର୍ଣ୍ଣ ଜାତକ (Complete Horoscope) କେବଳ ନିଜର ନାମ, ଜନ୍ମ ସ୍ଥାନ, ତାରିଖ ଏବଂ ସମୟ ଦେଇ ସମ୍ପୂର୍ଣ୍ଣ ଓଡ଼ିଆ ଜାତକ ପ୍ରସ୍ତୁତ କରନ୍ତୁ।
• ମୁଖ୍ୟ ଫଳାଫଳ: ଲଗ୍ନ, ଚନ୍ଦ୍ର ରାଶି, ଜନ୍ମ ନକ୍ଷତ୍ର, ଶୁଭ ଅଙ୍କ ଏବଂ ଶୁଭ ରଙ୍ଗ।
• ମାଙ୍ଗଳିକ ଦୋଷ ବିଚାର: ଆପଣଙ୍କ ଜାତକରେ ମାଙ୍ଗଳିକ ଦୋଷ ଅଛି କି ନାହିଁ ଏବଂ ତାର ପ୍ରତିକାର।
• ସଂକ୍ଷିପ୍ତ ଭବିଷ୍ୟବାଣୀ: ଆପଣଙ୍କ ସ୍ୱଭାବ ଏବଂ ଭବିଷ୍ୟତ ବିଷୟରେ ଜ୍ୟୋତିଷୀୟ ବିଶ୍ଳେଷଣ।
• ଶୁଭ ରତ୍ନ ଓ ରୁଦ୍ରାକ୍ଷ: ଆପଣଙ୍କ ଲଗ୍ନରେ କେଉଁ ରତ୍ନ, କେଉଁ ଆଙ୍ଗୁଠିରେ ଏବଂ କେତେ ମୁଖୀ ରୁଦ୍ରାକ୍ଷ ପିନ୍ଧିବେ ତାର ସୂଚନା।
• ନାମକରଣ ପ୍ରସ୍ତାବ: ଜନ୍ମ ନକ୍ଷତ୍ରର ପାଦ ଅନୁସାରେ ପିଲାଙ୍କ ନାମର ପ୍ରଥମ ଅକ୍ଷର ଏବଂ ସେହି ଅକ୍ଷରରୁ ୧୦ଟି ଅର୍ଥପୂର୍ଣ୍ଣ ଶୁଭ ନାମର ତାଲିକା।
୨. ନିର୍ଭୁଲ ଗାଣିତିକ ବିଶ୍ଳେଷଣ (Mathematical Precision)
• LMT ଗଣନା: ଆପଣ ଦେଇଥିବା ସ୍ଥାନର ଦ୍ରାଘିମା ଅନୁସାରେ ସଠିକ୍ Local Mean Time (LMT) ଏବଂ ଲଗ୍ନର ଗଣନା (ଯାହାକି ତାଳପତ୍ର ପୋଥିରେ ବ୍ୟବହାର ହୁଏ)।
• ଗ୍ରହ ସ୍ପଷ୍ଟ ତାଲିକା: ସବୁ ଗ୍ରହ କେଉଁ ରାଶିରେ, କେତେ ଡିଗ୍ରୀ, ମିନିଟ୍ ଏବଂ ସେକେଣ୍ଡରେ ଅଛନ୍ତି ତାର ସଠିକ୍ ବିବରଣୀ ସହ ଅସ୍ତ (Combust) ଗ୍ରହଙ୍କ ସୂଚନା।
୩. ପାରମ୍ପରିକ ଜାତକ ଚକ୍ର (Traditional Kundali Chart) ଓଡ଼ିଶାର ଅଭିଜ୍ଞ ଜ୍ୟୋତିଷମାନେ ତାଳପତ୍ର ପୋଥିରେ ଯେପରି ସ୍ଥିର ରାଶି ଚକ୍ର (ମେଷରୁ ମୀନ) ଆଙ୍କିଥାନ୍ତି ଏବଂ ଲଗ୍ନଠାରୁ ପ୍ରଥମ ଘର ଆରମ୍ଭ କରି ନମ୍ବର (୧ ରୁ ୧୨) ଲେଖନ୍ତି, ଆମ ଆପ୍ ଠିକ୍ ସେହିପରି ଅବିକଳ ଚକ୍ର ପ୍ରସ୍ତୁତ କରେ।
୪. ୧୨ ଭାବର ସମ୍ପୂର୍ଣ୍ଣ ଫଳାଫଳ (12 Houses Predictions) ଜାତକର ୧ମ ଭାବରୁ ୧୨ଶ ଭାବ ପର୍ଯ୍ୟନ୍ତ ପ୍ରତ୍ୟେକ ଘରର ବିସ୍ତୃତ ବିଶ୍ଳେଷଣ:
• ପ୍ରତ୍ୟେକ ଭାବରେ କେଉଁ ଗ୍ରହ ବସିଛନ୍ତି ଏବଂ ସେମାନଙ୍କର ଶୁଭ ଫଳ।
• ସେହି ଗ୍ରହମାନଙ୍କ ଦ୍ୱାରା ହେଉଥିବା ଅଶୁଭ ଫଳ ବା ନକାରାତ୍ମକ ପ୍ରଭାବ।
• ସେହି ଭାବର ଦୋଷ ଖଣ୍ଡନ ପାଇଁ ବୈଦିକ ଓ ସହଜ ପ୍ରତିକାର (Remedies)।
୫. ମହାଦଶା ଓ ବାର୍ଷିକ ଫଳ (Vimshottari Dasha & Yearly Horoscope)
• ଦଶା ବାଲାନ୍ସ: ଜନ୍ମ ସମୟରେ ପ୍ରଥମ ମହାଦଶା କେତେ ବର୍ଷ, ମାସ, ଦିନ ଏବଂ 'ଦଣ୍ଡ' ବାକି ଥିଲା ତାର ସୂକ୍ଷ୍ମ ଗଣନା।
• ବର୍ତ୍ତମାନ କେଉଁ ଗ୍ରହର ମହାଦଶା ଓ ଅନ୍ତର୍ଦଶା ଚାଲିଛି ଏବଂ ତାହାର ଫଳାଫଳ କଣ ରହିବ।
• ଆଗାମୀ ୫ ବର୍ଷ ପାଇଁ ଅଙ୍କ ଜ୍ୟୋତିଷ ଆଧାରିତ ବାର୍ଷିକ ଫଳାଫଳ।
୬. ଦୈନିକ ପଞ୍ଚାଙ୍ଗ ଓ ରାଶିଫଳ (Daily Panchang & Rashifal)
• ଆଜିର ତିଥି, ପକ୍ଷ ଓ ନକ୍ଷତ୍ର। (ଯଦି ଦିନକରେ ୨ଟି ତିଥି ବା ନକ୍ଷତ୍ର ପଡ଼ୁଥାଏ, ତେବେ ଦୁଇଟି ଯାକର ସଠିକ୍ ଆରମ୍ଭ ଏବଂ ଶେଷ ସମୟ ଦେଖାଇବ)।
• ସୌର ଦିନ ଗଣନା: ଆଜି ସୌର ମାସର କେଉଁ ଦିନ (ଯେପରିକି 'ମେଷ ଦିନ ୧' ବା 'ବୃଷ ଦିନ ୧୫') ତାହାର ସଠିକ୍ ଗଣନା।
• ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ରାହୁକାଳ ଏବଂ ପ୍ରତିଦିନର ଶୁଭ ଅମୃତବେଳା।
• ଚନ୍ଦ୍ରଙ୍କ ଅବସ୍ଥାନ ଅନୁସାରେ ୧୨ଟି ରାଶି ପାଇଁ ନିର୍ଭୁଲ ଦୈନିକ ରାଶିଫଳ।
୭. କୋଷ୍ଠୀ ମେଳକ (Matchmaking / Ashtakoot Milan)
• ପୁଅ ଓ ଝିଅଙ୍କର ଜନ୍ମ ବିବରଣୀ (DOB) ଦେଇ ବିବାହ ମେଳକ କରନ୍ତୁ।
• ଯଦି ଜନ୍ମ ସମୟ ନାହିଁ, ତେବେ କେବଳ 'ରାଶି ଓ ନକ୍ଷତ୍ର' ଦେଇ ମଧ୍ୟ ୩୬ ଗୁଣ ମିଳନ (ବର୍ଣ୍ଣ, ବଶ୍ୟ, ତାରା, ଯୋନି, ଗଣ, ନାଡ଼ି ଇତ୍ୟାଦି) କରିପାରିବେ।
• ଉଭୟଙ୍କର ମାଙ୍ଗଳିକ ଦୋଷ ଅଛି କି ନାହିଁ ତାହାର ବିଶ୍ଳେଷଣ।
୮. ବିସ୍ତୃତ ଅଙ୍କ ଜ୍ୟୋତିଷ (Advanced Numerology)
• ନିଜ ଜନ୍ମ ତାରିଖରୁ ମୂଳାଙ୍କ ଓ ଭାଗ୍ୟାଙ୍କ ବାହାର କରି ନିଜର ସ୍ୱଭାବ ଜାଣନ୍ତୁ।
• ନାମାଙ୍କ ଗଣନା: ଆପଣଙ୍କ ନାମର ସ୍ପେଲିଂ ଆପଣଙ୍କ ପାଇଁ ଶୁଭ କି ଅଶୁଭ, ଏବଂ କିଛି ପରିବର୍ତ୍ତନର ଆବଶ୍ୟକତା ଅଛି କି ନାହିଁ।
• ମୋବାଇଲ୍ ନମ୍ବର ଯାଞ୍ଚ: ଆପଣଙ୍କ ନମ୍ବରରେ କୌଣସି ଶତ୍ରୁ ଯୋଗ (ଯେପରି ୧୮, ୨୮) ବା ଗ୍ରହଣ ଯୋଗ ଅଛି କି ନାହିଁ ତାର ଯାଞ୍ଚ କରନ୍ତୁ।
• ନୂଆ ମୋବାଇଲ୍ ସଜେସନ୍: ଆପ୍ ଆପଣଙ୍କ ମୂଳାଙ୍କ ଅନୁସାରେ ୫ଟି ନୂଆ ସମ୍ପୂର୍ଣ୍ଣ ଶୁଭ ମୋବାଇଲ୍ ନମ୍ବର ତିଆରି କରି ଦେଖାଇବ।
• ଗାଡ଼ି ନମ୍ବର ଯାଞ୍ଚ: ଆପଣଙ୍କ ବାଇକ୍ ବା କାର୍ ର ନମ୍ବର ଦୁର୍ଘଟଣାମୁକ୍ତ କି ନାହିଁ ଯାଞ୍ଚ କରନ୍ତୁ।
୯. ସନ୍ତାନ ପ୍ରାପ୍ତି ମୁହୂର୍ତ୍ତ (Garbhadhana Sanskar)
• ଏକ ସୁସ୍ଥ, ଶୀଳବାନ ଏବଂ ଭାଗ୍ୟବାନ ସନ୍ତାନ ପ୍ରାପ୍ତି ପାଇଁ ଶାସ୍ତ୍ରୀୟ ନିୟମ ଅନୁସାରେ ଗର୍ଭଧାରଣ ପାଇଁ ଶୁଭ ତିଥି, ନକ୍ଷତ୍ର ଓ ସମୟ। ଆପ୍ ଆଗାମୀ ୧୮୦ ଦିନ ଭିତରୁ ସର୍ବୋତ୍ତମ ୧୦ଟି ଶୁଭ ରାତ୍ରି ବାଛି ଆପଣଙ୍କୁ ଦେଖାଇବ।
୧୦. ଶୁଭ ମୁହୂର୍ତ୍ତ ଓ ପର୍ବପର୍ବାଣୀ (Muhurat & Festivals)
• ବିବାହ, ଗୃହ ପ୍ରବେଶ, ଗାଡ଼ି କ୍ରୟ ଏବଂ ବ୍ରତୋପନୟନ ପାଇଁ ପଞ୍ଚାଙ୍ଗ ଅନୁସାରେ ସଠିକ୍ ଶୁଭ ଦିନ ଖୋଜନ୍ତୁ।
• ମାସ ଏବଂ ବର୍ଷ ବାଛି ସମ୍ପୂର୍ଣ୍ଣ ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ମୁଖ୍ୟ ପର୍ବପର୍ବାଣୀ, ଓଷାବ୍ରତ ଏବଂ ସଂକ୍ରାନ୍ତିର ତାଲିକା ଦେଖନ୍ତୁ। ମୁଖ୍ୟ ପର୍ବଗୁଡ଼ିକ (ଯେପରିକି ରଥଯାତ୍ରା, ରଜ, ଦଶହରା) ସୁନ୍ଦର ଭାବରେ Highlight ହୋଇ ଦେଖାଯିବ।
୧୧. ୟୁଜର୍ ସୁବିଧା (User-Friendly Features)
• ସେଭ୍ ସୁବିଧା: ନିଜ ପରିବାର ଏବଂ ସାଙ୍ଗମାନଙ୍କର ଏକାଧିକ ଜାତକକୁ ଆପ୍ ରେ ସେଭ୍ (Save) କରି ରଖନ୍ତୁ।
• ହ୍ୱାଟ୍ସଆପ୍ ସେୟାର୍: ନିଜ ଜାତକର ସଂକ୍ଷିପ୍ତ ଫଳାଫଳ ଏବଂ ପ୍ରିଡିକ୍ସନ୍ କୁ ଗୋଟିଏ କ୍ଲିକ୍ ରେ ସାଙ୍ଗମାନଙ୍କ ସହ WhatsApp ରେ Share କରନ୍ତୁ।
• ସିଧାସଳଖ ଯୋଗାଯୋଗ: ଆପ୍ ସମ୍ବନ୍ଧୀୟ କୌଣସି ପରାମର୍ଶ କିମ୍ବା ସାହାଯ୍ୟ ପାଇଁ ଆମ ସହ ସିଧାସଳଖ ଟେଲିଗ୍ରାମ୍ ରେ ଯୋଗାଯୋଗ (Contact Us) କରନ୍ତୁ।

Comments

Popular posts from this blog

Odia Mantra Stotra & Sloka

SMD Zener Diode Finder

Component Codes: Resistor, Capacitor Color Codes Finder Calculator